~ଓଁ ~
ଶୁକଦେବ ବ୍ରହ୍ମଚାରି, ଅନନ୍ତ ଗୋପାଳାୟ ନମଃ
ଆମ ସଂସ୍କୃତି, ପରିବେଶ ଓ ପରିବାର ନଷ୍ଟ ହୋଇ ଯାଉଛି | ହିନ୍ଦୁ ଧର୍ମର ଯେଉଁ ସବୁ ନିୟମ ରହିଛି ସେ ସବୁ ଆତ୍ମ କଲ୍ୟାଣ ନିମିତ୍ତ ଉଦ୍ଧିଷ୍ଟ | ଭାରତୀୟ ଦର୍ଶନ ଜୀବନର ସାର୍ଥକତାକୁ ସୁସଂଯତ କରି ତାକୁ ଭାଗବତ ମୁଖୀ କରାଇବାରେ ନିହିତ |ଅଳ୍ପକାଳ ସ୍ଥାୟୀ ଭୌତିକ ଜୀବନରୁ ଉପରକୁ ଉଠି ମହାନ ଶାଶ୍ଵତ ଓ ଅସୀମ ଅନନ୍ତ ଜୀବନ ଲାଭ କରାଯାଇ ପାରିବ |ଜୀବନର ଏହି ଚରମ ଓ ପରମ ଲାଭ ନିମନ୍ତେ ଆମ ସଂସ୍କୃତି ବୈଦିକ ଜୀବନରୁ ପଥ ପ୍ରଦର୍ଶନ କରି ଆସୁ ଅଛି | ଏହି ମହାନ ସଂସ୍କୃତିର ଅବକ୍ଷୟ ଘଟିଲେ ସାମାଜିକ ବ୍ୟବସ୍ଥା ନିଶ୍ଚିତ ରୂପେ ଭୁଶୁଡି ପଡିବ | ଏଣୁ ବେଳ ଥାଉଁ ଥାଉଁ ସଂସ୍କୃତିର ରକ୍ଷା ଆଡକୁ ଦୃଷ୍ଟି ଦେବା ଜରୁରୀ |ଏହି ସଂସ୍କୃତି ପରିବେଶ ପରିବାର ଓ ସମାଜ ରକ୍ଷା ନିମନ୍ତେ " ଅନନ୍ତଗୋପାଳ" ଚ୍ୟାନେଲ Baba_Shukadeva_Bramhachariମାଧ୍ୟମରେ ଗୀତା, ଭାଗବତ, ଗୁରୁବାଣୀ ଆଲୋଚନାକୁ ସମାଜରେ ପହଞ୍ଚାଇବା ତଥା ସମସ୍ତଙ୍କ ହୃଦୟରେ ସଦଭାବନା ସୃଷ୍ଟି କରିବା ଏବଂ ମାର୍ଗଦର୍ଶନ କରିବା ପରମହଂସ ଗୁରୁଦେବ ପୁଜ୍ୟ ପୂଜକ ଶ୍ରୀମଦ "ବାବା ବଳିଆଙ୍କ " ଶିଷ୍ୟ ଶୁକଦେବ ବ୍ରହ୍ମଚାରୀର ଏକ ଛୋଟ ପ୍ରୟାସ |