ଭାରତର ଏକ ପ୍ରମୁଖ ସାମ୍ବାଦିକତା ଓ ଗଣ ଯୋଗାଯୋଗ ଶିକ୍ଷାନୁଷ୍ଠାନ ‘ଭାରତୀୟ ଜନ ସଞ୍ଚାର ସଂସ୍ଥାନ’ । ୨୦୨୪ରେ ଏହା ଡିମ୍‌ଡ୍ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଛି । ୧୯୬୫ ମସିହା ଅଗଷ୍ଟ ୧୭ ତାରିଖରେ ନୂଆଦିଲ୍ଲୀରେ ଏହି ସଂସ୍ଥାନ ଖୋଲିଥିଲା । ବିଶ୍ୱବିଦ୍ୟାଳୟର ପ୍ରଥମ ଶାଖା ଢେଙ୍କାନାଳରେ ୧୯୯୩ ମସିହାରେ ପ୍ରତିଷ୍ଠା ହୋଇଥିଲା । ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି) ଢେଙ୍କାନାଳରେ ଇଂରାଜୀ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ଏବଂ ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରାଯାଉଛି ।