Hii Friends, This is the Sambalpuria Entertainment and Educational channel. Where i am going to share all video about Education and Entertainment. So please guys like and subscribe my Channel and please support, Your one like and subscribe can make our community stronger enough to standout amongs YouTube content creator.
❤Thank You So much ❤ ❤ Jay Jagannath❤
❣️ 500 Subscribers (30th may 2025)
Jagannath
ଗୋଟିଏ ବର୍ଷ ପୁରୁଣା ଫଟୋ, ଠିକ୍ ଆଜିର ଦିନରେ ଠିକ୍ ସନ୍ଧ୍ୟା ୫ଟା ୩୩.ମିରେ, ଜି.ଏମ୍.ୟୁ ଖେଳ ପଡ଼ିଆର ଏକ ଧୂସରିତ ପରିବେଶରେ। ହାତରେ ଘଣ୍ଟା ନାହିଁ ମାତ୍ର ପକେଟରେ ଗୋଟେ କଳାରଙ୍ଗର କଲମଟିଏ ଅର୍ଥାତ୍ ମୁଁ ଯାଇଥିଲି କୌଣସି ପରୀକ୍ଷା ଦେବା ପାଇଁ। ଛିଡ଼ା ହେଇଛି ସେଇ ବିଶ୍ୱବିଦ୍ୟାଳୟ ପଡ଼ିଆରେ ଯେଉଁଠି ପାଞ୍ଚ ବର୍ଷ ଅଧ୍ୟୟନ କରିଥିଲି। ପାଞ୍ଚ ବର୍ଷ ଅଧ୍ୟୟନ ଭିତରେ ସେଠି ବହୁତ ଗୁଡ଼ିଏ ସେମିଷ୍ଟର ପରୀକ୍ଷା ଦେଇଛି। ପାଠପଢ଼ା ସରିଲାପରେ ବହୁତ ଥର ସେଇ ଜାଗାକୁ ଯାଇଛି ମଧ୍ୟ। ମାତ୍ର ସେ ଦିନର ଯିବାରେ ଆଉ ଯାଇକି ପରୀକ୍ଷା ଦେବାରେ ଟିକିଏ ସ୍ୱତନ୍ତ୍ରତା ମୁଁ ଲକ୍ଷ୍ୟ କରିପାରୁଥିଲି। ପାଞ୍ଚ ବର୍ଷ ଭିତରେ ଯେତେ ଥର ବି ବିଶ୍ୱବିଦ୍ୟାଳୟ ଗେଟ୍ ଦେଇ ଯାଇଛି କେବେ କିଛି ବିଶେଷ ଅନୁଭବ ହେଇନି ମାତ୍ର ସେ ଦିନ ପ୍ରବେଶ କରିବା(ଗେଟ୍ରେ ପାଦଦେବା)ଠାରୁ ହୃଦୟର ସ୍ପନ୍ଦନ କାହିଁକି କେଜାଣି ଦ୍ବିଗୁଣିତ ହେଇଯାଉଥିଲା ଆଉ ଭୟ ବି ଲାଗୁଥିଲା। ସେ ଦିନ ଥିଲା ମୋ ଜୀବନର ଏକ ଭିନ୍ନ ପରୀକ୍ଷା, ଏକ ସ୍ୱପ୍ନ-ସଂଘର୍ଷର ପରୀକ୍ଷା, ଯୋଗ୍ୟତାର ପରୀକ୍ଷା, ଦକ୍ଷତାର ପରୀକ୍ଷା, ଦୀର୍ଘ ଦିନର ପରିଶ୍ରମର ପରୀକ୍ଷା, ମା'ବାପାଙ୍କ ଆଶା ଓ ଭରସାର ପରୀକ୍ଷା..। ଚାକିରୀ ପାଇଁ ଆଗରୁ ଦୁଇଥର ପରୀକ୍ଷା ଦେଇଥିଲି ଆଉ ବିଫଳ ମଧ୍ୟ ହୋଇଥିଲି। ଏଇଟା ଥିଲା ତୃତୀୟ ଥର। ଲୋକେ କୁହନ୍ତି ପରୀକ୍ଷା ପୂର୍ବ ଦିନ ନିଦ ହୁଏନି, ମତେ ବି ହୋଇ ନଥିଲା, ନ ହେବାବି ସ୍ୱାଭାବିକ। କିନ୍ତୁ ପରୀକ୍ଷା ଦେଇକି ଆସିଲା ପରେ ଭଲ ନିଦ ହୁଏ ବୋଲି ମଧ୍ୟ କହନ୍ତି, ହେଲେ ମତେ ସେଦିନ ରାତିରେ ଆଉ ନିଦ ହୋଇନଥିଲା, ରାତି ସାରା ଅନିଦ୍ରା ଥିଲି। ମନ ଭିତରେ ଅସଂଖ୍ୟ ପ୍ରଶ୍ନ ଉଙ୍କି ମାରୁଥିଲା। ମନ କହୁଥିଲା ଚାକିରି ଏଥର ହେଇଯିବ ହେଲେ ମସ୍ତିଷ୍କ ତାକୁ ହଜମ କରିପାରୁନଥିଲା। ମନ ଆଉ ମସ୍ତିଷ୍କର କଥୋପକଥନରେ ରାତି ସାରା ଘାଣ୍ଟି ଚକଟି ହେଉଥିଲି ମୁଁ। ଆଉ ଚେଇଁକି ସ୍ୱପ୍ନଙ୍କୁ ସାଉଁଟୁ ଥିଲି ତାକୁ ବାସ୍ତବ ରୂପ ଦେବାରେ....!
ହଁ ଏଇଟା ସେଇ ପରୀକ୍ଷା ଯେଉଁ ପରୀକ୍ଷା ମତେ ଏକ ନୂତନ ପରିଚୟ ଦେଲା, ନୂଆ ଭୂମିକା ଦେଲା, ନୂଆ ଦାୟିତ୍ୱ ଦେଲା ଆଉ ମତେ ସମାଜରେ ଜଣେ ଶିକ୍ଷକ ଭାବରେ ପରିଚିତ କରାଇଦେଲା। ମୁଁ ଯେଉଁଠି ଅଛି, ଯେଉଁ ସ୍ଥିତିରେ ଅଛି, ଯେଉଁ ପଦବୀରେ ଅଛି ତା'ର ମୂକ ସାକ୍ଷୀ ହେଉଛି ଏହି ୧୭ ନଭେମ୍ବର ୨୦୨୪ ଦିନ ଆଉ ସନ୍ଧ୍ୟା ୫ଟା ୩୩.ମିରେ ଉଠା ଯାଇଥିବା ଏହି ଫଟୋ। ଫଟୋଟି ହୁଏତ ଝାପ୍ସା ଓ ଧୂସର ଦେଖାଯାଉଥିବ ମାତ୍ର ଫଟୋର ପ୍ରଚ୍ଛଦପଟର କାହାଣୀ ମୋ ପାଇଁ ଚିର ସ୍ମରଣୀୟ..!
(ସ୍ୱପ୍ନମାନଙ୍କୁ ସାଉଁଟି ବାସ୍ତବ ରୂପ ଦେବାର ଲଢ଼େଇ ପରେ ପରେ ରଣଭୂମିରେ ଛିଡ଼ା ହୋଇଥିବା ଏକ ଯୋଦ୍ଧା..!)
(SSB PGT EXAM DAY 2024)
10 months ago (edited) | [YT] | 17
View 1 reply