SamajpremiBachanSahani

ଜୟ ଶ୍ରୀ ଜଗନ୍ନାଥ 🙏
ଓଡ଼ିଶାରେ ହେଉଥିବାକଳା ସଂସ୍କୃତି ପରମ୍ପରା କୁ ଆଗେଇ ନେବା ଆମର ଏକ ପ୍ରୟାସ
ବଣ ର ମଲ୍ଲୀ ବଣ ରେ ଫୁଟି ତାହା ମଉଳି ନଯାଉ
ଏହା ସର୍ବ ଲୋକ ଲୋଚନ କୁ ଆସୁ
ଏ ସମାଜ ଏଇମିତି ହସୁ
ଏହା ହିଁ ଆମ୍ଭ ର ଲକ୍ଷ୍ୟ
ସର୍ବେ ଭବନ୍ତୁ ସୁଖିନଃ
ସାହାଯ୍ୟ ର ହାତ ବଢାଇବା
ସାନ ମାନଙ୍କୁ ସ୍ନେହ କରିବା
ଗୁରୁଜନଙ୍କୁ ଭକ୍ତି କରିବା
ଲଘୁଜନ ଙ୍କୁ ସ୍ନେହ କରିବା
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ
youtube.com/@SamajpremiBachanSahani
ସମସ୍ତଙ୍କୁ ଅବଗତ କରାଇଦିଆଯାଉଛି
Subscrbe like share karantu🙏
@SamajpremiBachan Sahani

For business queries please contact -8763378141
bachanbks10@gmail.com
IG- youtube.com/@SamajpremiBachanSahani


SamajpremiBachanSahani

*** କଳା ମାଣିକରେ ***

*ଅଭିମନ୍ୟୁ ସାମନ୍ତସିଂହାର *

ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ ।
ବାତ୍ସଲ୍ୟ ମମତା ଘେନି ଭାଳୁଛନ୍ତି ମାତ ।
କଳା ମାଣିକ ରେ ।

ନିଧନ ଶଙ୍ଖାଳି ମୋର ଦରିଦ୍ର ପସରା ।
ଅନ୍ଧ ଲଉଡ଼ି ବାବୁରେ ହୃଦରତ୍ନ ହାରା ।
କଳା ମାଣିକ ରେ ।

ମୋ ଜୀବ ଜୀବନ ତୁହି ନୟନ ପ୍ରତିମା ।
ତୋତେ କି ପାଶୋରି ହେବ ମୋର ସୁଖ ସୀମା ।
କଳା ମାଣିକ ରେ ।

ଡରୁଥାଉ ଅନ୍ଧାରକୁ ରଖିଯାଉ ଗୋରୁ ।
ଜନକ ଜନନୀ ସୁଖ କାହିଁ ପାଇଁ ସାରୁ ।
କଳା ମାଣିକରେ ।

ବୃଦ୍ଧକାଳେ ତୁ ମୋହର ଏକଇ ନନ୍ଦନ ।
ହୃଦତାପ ବିନାଶନେ ତୁ ହରି ଚନ୍ଦନ ।
କଳା ମାଣିକରେ ।

ଗୋଟିକା ଅଧାମ ସର ନ ରୁଚଇ ତୋତେ ।
ନାଚି ଲାଞ୍ଚ ମାଗୁଥାଉ ଲବଣି କେମନ୍ତେ ।
କଳା ମାଣିକରେ ।

ତୋଳି ମୁଁ ଧଇଲେ ଗୋଳି ହୋଇଗଲୁ ତୁହି ।
ତୋ ଦୁର୍ବଳ ଦେଖି କାହିଁ ପଶିବଇଁ ମୁହିଁ ।
କଳା ମାଣିକରେ ।

ଡାକିନୀ ଲୋଭାନ୍ତି ବୋଲି ଡରୁଥାଉ ମନେ ।
ବାରବାର ବାରୁଥାଇ ଯିବାପାଇଁ ବନେ ।
କଳା ମାଣିକରେ ।

ନିଶାଚର ମାତିବାର ଶୁଭୁଛି ଶ୍ରୁତିକି ।
ମୁଁ ଡଙ୍କୁଣୀ ଛାଡ଼ି ଦେଲି ବନକୁ କାହିଁକି ।
କଳା ମାଣିକରେ ।

ଝାଳ ବହୁଥିବ ଅଙ୍ଗୁ ଲାଗି ଝାଞ୍ଜି ଖରା ।
ଶ୍ରମ ପାଇ ତରୁ ତଳେ ବସିଥିବୁ ପରା ।
କଳା ମାଣିକରେ ।

ନେଲୁ ନାହିଁ କାହିଁ ପାଇଁ ତୋ କଠାଉ ଛତା ।
ବନେ କଣ୍ଟା ଲାଗି ହୋଏ ମୃଦୁ ପାଦ ଚିନ୍ତା ।
କଳା ମାଣିକରେ ।

କାନ ଡେରି ଥାଇ ଏକା ତୋ ବେଣୁ ଗୀତକୁ ।
ଆଜ କିମ୍ପା ଶୁଭୁ ନାହିଁ ଭାବୁଛି ମନକୁ ।
କଳା ମାଣିକରେ ।

ଡାକିନୀ ଲୋଭାନ୍ତି ବୋଲି ଡରୁଥାଇ ମନେ....... ଓଃ, କି ଭାବ କି ଲାଳିତ୍ୟ......

ସବୁ ପଦ ଲେଖିଛି ତ?

ଓଡ଼ିଆ ଜହ୍ନମାମୁଁ ପ୍ରେମୀ / ପ୍ରଶଂସକ Odia Jahnamamu Lovers
#odiapoetry
#odiapoets
#SamajpremiBachanSahani

2 weeks ago | [YT] | 3

SamajpremiBachanSahani

#ॐ जपाकुसुम संकाशं काश्यपेयं महाद्युतिम तमोरिं सर्वपापघ्नं प्रणतोऽस्मि दिवाकरम". 
#SamajpremiBachanSahani

3 weeks ago | [YT] | 2

SamajpremiBachanSahani

#ଆଜିର #ସମ୍ବାଦ ଆମ ଗାଁ ରାସ୍ତାର
Thanks ସମ୍ବାଦ
#SamajpremiBachanSahani

1 month ago | [YT] | 4

SamajpremiBachanSahani

ଆସ ଚେତିବା
(ଧନ୍ୟବାଦ ବର୍ବାଦିଆ)
🩷🙏🏻🩷

ଘରଣୀ ଗହଣା ବିକି ଭାଙ୍ଗି କରି
ପିଇଲି ବୋଲି ମୁଁ ମଦ,
ପିଲାଏ କହିଲେ ଛିଇ ଛିଇ ମୋତେ
ହଜି ଯାଇଥିଲା ନିଦ।

ମଦରୁ ମୁକୁଳି ବଞ୍ଚିବା ପାଇଁକି
ଖୋଜୁଥିଲି ମୁହିଁ ଗଦ,
ସର୍କାର କହୁଛି ଭତା ଯୋଗାଇବ
ଅଧିକ ପିଇଲେ ମଦ ।

ମୁଁ ଆଉ କାଇଁ ଘରକୁ ଫେରିବି
ରାଜ ରାସ୍ତା ମୋ'ର ଘର,
ରଜାଙ୍କ ଦାଣ୍ଡରେ ଫୁଙ୍ଗୁଳା ନାଚିବି
ରାଜା ଦେବେ ପୁରସ୍କାର।

ସେହି ପୁରସ୍କାର ଦୋକାନୀ ପାଇବ
ଢୋଲ ମୋ ଖାଇବ ମାଡ,
ଏବେ ମୁଁ ଚେତୁଛି ଚେତି ଯାଅ ତୁମେ
ମଦ ପିଆ ପୁରା ଛାଡ।

ମଦ ଯୋଗୁଁ ବଢ଼େ ଲୁଣ୍ଠନ ଧର୍ଷଣ
ଦୁର୍ଘଟଣା ବାରମ୍ବାର,
ମଦ ନିବାରଣ ଯୋଜନା ଶୋଇଛି
ମାଳ ମାଳ କାଉଣ୍ଟର।

ମଦ ପେବାରରେ ମୋହର ମାରୁଛ
ଛିଇ ଛିଇ ସରକାର,
ବର୍ବାଦିଆ କୁହେ ଓଡିଶାରୁ ମଦ
ବନ୍ଦ ହେବା ଦରକାର।

ବି.ଦ୍ର:- ଏହି କବିତାଟି ମଦ ବିରୋଧୀ, ସମାଜସେବୀ , ଯୁବ ସଂଗଠକ ଶ୍ରୀ ବଚନ କୁମାର ସାହାଣୀ ଙ୍କୁ ସମର୍ପିତ।
୨୦୧୯ ମସିହାରେ ଲିଖିତ ମୋ'ର ଏ କବିତା ଟି କୁ ସେ ସାଇତି ରଖି ଥିବାରୁ ସାନ ଭାଇ ଙ୍କ ପାଖରେ ମୁଁ କୃତଜ୍ଞ।

:- ବିଭୁତି ଭୂଷଣ ତ୍ରିପାଠୀ, ଓଷକଣା, ନାଉଗାଁ, ଜଗତସିଂହପୁର।
#SamajpremiBachanSahani

2 months ago | [YT] | 4

SamajpremiBachanSahani

🙏ଶ୍ରୀ ଗଣେଷ ପୁତ୍ରୀ, ଜୟ ମା ସନ୍ତୋଷୀ🙏
ଓଁ ଶ୍ରୀ ସନ୍ତୋଷୀ ମହାମାୟେ ଗଜନନ୍ଦମ ଦାୟିନୀ ଶୁକ୍ରବାର ପ୍ରିୟେ ଦେବୀ ନାରାୟଣୀ ନମୋସ୍ତୁତେ ।
🏵️ ଶୁଭ ଶୁକ୍ରବାର🏵️
ସନ୍ତୋଷୀ ମାତାଙ୍କ ପିତା ହେଉଛନ୍ତି ଶ୍ରୀଗଣେଶ। ପୌରାଣିକ କଥା ଅନୁଯାୟୀ ଶ୍ରୀଗଣେଶଙ୍କ ଦୁଇ ପୁଅ ଶୁଭ ଏବଂ ଲାଭ ଗଣପତିଙ୍କୁ ଅନୁରୋଧ କଲେ ଯେ ସେମାନଙ୍କ ପାଇଁ ଏକ ଭଉଣୀ ଦେବା ପାଇଁ। ଶ୍ରୀଗଣେଶ ତାଙ୍କ ପୁଅ ମାନଙ୍କ ଇଚ୍ଛା ପୂରଣ କଲେ ଏବଂ ତାଙ୍କ କୃପାରେ ସନ୍ତୋଷୀ ମାତାଙ୍କ ଜନ୍ମ ହୁଏ।
#celebration #festival #observation #photochallenge #SantoshiMaa
Shri Santoshi Mata Mandir
JAI MAA SANTOSHI #SamajpremiBachanSahani

2 months ago | [YT] | 2

SamajpremiBachanSahani

ଜୀବନ ଯୁଦ୍ଧରେ ହାରିଗଲେ ହ୍ୟୁମାନ । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । #OdishaReporterଜୀବନ ଯୁଦ୍ଧରେ ହାରିଗଲେ ହ୍ୟୁମାନ । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । #OdishaReporter#HumanSong
ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

2 months ago | [YT] | 2

SamajpremiBachanSahani

ରାସ ପୂର୍ଣ୍ଣିମା ଉପଲକ୍ଷେ ଆମେ ଆସୁଛୁ ଆପଣଙ୍କ ପ୍ରିୟ ଯାତ୍ରା ଅନୁଷ୍ଠାନ ରେ ମଦନମୋହନ ଜିୟୁ ଯାତ୍ରା କମିଟି ନରସିଂହପୁର କଚେରି ପଡ଼ିଆ କୁହାଇ ବିଗ୍ ବଜେଟ ଯାତ୍ରାନୁଷ୍ଠାନ କଳାର ମୟୂର ସିଂହାସନ ଯାତ୍ରାଶ୍ରୀ ବିଶ୍ଵଦରବାର ପରିବାର ସାଙ୍ଗରେ
ଦମଦାର ଷ୍ଟାର କାଷ୍ଟ ଏବଂ ଉଚ୍ଚକୋଟୀର ନାଟକ ସହିତ
ଦେଖାେବ ଯାତ୍ରା ମହାସମାରୋହରେ ଏ ବର୍ଷର ନୂତନ ବିସ୍ଫୋରଣ ନାଟକ
#ବଦନାମ_ଗଳିର_ବାଦଶାହା
#ଏ_ସମ୍ପର୍କର_ଶେଷନାହିଁ
#ସୀତା_ଚୋରୀହେଲା_ପଞ୍ଚବଟିରେ
#କହିବାକୁ_ଲାଜ_ଶୁଣିଲେ_ପାପ
#ସବୁ_ଜାଣିଛି_ଚନ୍ଦ୍ରସେଣା

#jatrasribiswadarabar #everyoneシ゚
#haripurkunja #facebookpostシ #haripurkunja #ganeshsahoo #everyone #fellowshipシ゚viralシ

3 months ago | [YT] | 1