JAGRUTI LIVE MEDIA

Dear Viewers,
Jagruti Live Media is one of Odisha’s fastest-growing digital news channels, committed to delivering authentic, unbiased, and ground-level journalism. With our tagline “Odisha Mati Ra Khabar”, we bring the voice of the people directly to the public through accurate and impactful reporting.

From the latest breaking news, political updates, entertainment stories, sports coverage, national and international headlines, to exclusive interviews, viral news, and special ground reports — Jagruti Live Media stands as a trusted platform for real stories that truly matter.

Our mission is to connect every corner of Odisha with truthful journalism, highlighting the issues, achievements, culture, and concerns of the people. With a strong focus on credibility, speed, and public interest, Jagruti Live Media continues to grow as a reliable source of news and information for viewers across Odisha and beyond.


JAGRUTI LIVE MEDIA

ମା’ ତାରାତାରିଣୀ ପୀଠରେ ମହା ଆଡ଼ମ୍ବର ରେ ସରି ଚାଲିଛି ସପ୍ତମୀ ଅଷ୍ଟମୀ ପୂଜା |

ପୁରୁଷୋତ୍ତମପୁର :ପାର୍ବଣ ଋତୁର ଆଗମନ ସାଙ୍ଗକୁ ଭକ୍ତି ଓ ଆଧ୍ୟାତ୍ମିକତାରେ ମୁଖରିତ ହୋଇଛି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ପୀଠ। ପବିତ୍ର ପରମ୍ପରା ଓ ଶାସ୍ତ୍ରୀୟ ବିଧିବିଧାନ ଅନୁଯାୟୀ ଗତ 15ଦିନ ତଳୁ ରୀତି ନୀତିରେ ଆରମ୍ଭ ହୋଇଛି ମା’ଙ୍କ ଷୋଡ଼ଶ ଉପଚାର ପର୍ବ। ୧୬ ଦିନ ବ୍ୟାପୀ ଏହି ପୂଜାର୍ଚ୍ଚନାକୁ ନେଇ ପୀଠରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ଦର୍ଶନ ପାଇଁ ଭକ୍ତଙ୍କ ଆଗମନ ମଧ୍ୟ ବଢ଼ିବାରେ ଲାଗିଛି। ପରମ୍ପରା ଅନୁଯାୟୀ, ପୂଜାର ପ୍ରଥମ ଦିନରେ ସେବାୟତ ଓ ସେମାନଙ୍କ ପରିବାରବର୍ଗ ପବିତ୍ର ଋଷିକୂଲ୍ୟା ନଦୀକୂଳରେ ପୂଜାର୍ଚ୍ଚନା କରି ୧୦୮ ମାଠିଆ ସୁବାସିତ ଜଳ ସଂଗ୍ରହ କରିଥିଲେ। ପରେ ପାହାଡ଼ ଉପରେ ଥିବା ମା’ଙ୍କ ପୀଠରେ ପହଁଚି ଥିଲେ ||ମା’ ତାରାତାରିଣୀଙ୍କ ଦୁଇ ଭଉଣୀଙ୍କ ଚଳନ୍ତି ପ୍ରତିମାକୁ ଗୋଟି ପହଣ୍ଡିରେ ସ୍ନାନବେଦିକୁ ଅଣାଯାଇଥିଲା। ପରେ ୧୦୮ ମାଠିଆ ସୁବାସିତ ଜଳରେ ଦେବୀଙ୍କ ପବିତ୍ର ସ୍ନାନ ସମ୍ପନ୍ନ ହୋଇଥିଲା। ଏହାପରେ ଷୋଡ଼ଶ ଉପଚାର ପୂଜାର କୁମ୍ଭସ୍ଥାପନା ସହ ଅନ୍ୟାନ୍ୟ ଧାର୍ମିକ ରୀତିନୀତି ଆରମ୍ଭ ହୋଇଛି। କୁଳପୁରୋହିତ ପଣ୍ଡିତ ସିମାଞ୍ଚଳ ଦାଶ ଶର୍ମାଙ୍କ ଦ୍ୱାରା ବେଦମନ୍ତ୍ର ଉଚ୍ଚାରଣ ଓ ଚଣ୍ଡିପାଠ ଚାଲିଥିବା ବେଳେ ସେବାୟତ ସଂଘ ସଭାପତି ତପନ ରଣା କର୍ତ୍ତା ଭାବେ ଦାୟିତ୍ୱ ତୁଲାଉଛନ୍ତି।ମୁଖ୍ୟ ପୂଜକ ବାପୁଜି ରଣାଙ୍କ ସମେତ ଅନ୍ୟ ସେବାୟତମାନେ ପୂଜାକାର୍ଯ୍ୟରେ ସହଯୋଗ କରୁଛନ୍ତି। ମୂଳାଷ୍ଟମୀରୁ ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ଧରି ପୀଠରେ ପ୍ରତ୍ୟହ ଚଣ୍ଡିପାଠ, ହୋମ-ଯଜ୍ଞ ଓ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି । ଏହି ପବିତ୍ର ସମୟରେ ମା’ଙ୍କ ଦର୍ଶନ କଲେ ଦୁଃଖକଷ୍ଟ ଲାଘବ ହୁଏ ବୋଲି ଭକ୍ତମାନଙ୍କ ମଧ୍ୟରେ ଗଭୀର ଆସ୍ଥା ରହିଛି।ଆଜି ହେଉଛି ପବିତ୍ର ମହାଷ୍ଟମୀ ମହ ଗୌରୀ ବେଶରେ ଦର୍ଶନ ଦେବେ ମାଆ |ସେଥିପାଇଁ ଅବକାଶ ଠାରୁ ଆରମ୍ଭ କରି ସୂର୍ଯ୍ୟପୂଜା,ଷୋଡଶ ଉପଚାର ପୂଜା, ପ୍ରଥମ ଚଣ୍ଡୀ ପାଠ ପରେ ଶୁଖିଲା ଭୋଗ, ପରେ ମଧ୍ୟାହ୍ନ ରେ ମାଆ ଙ୍କ ଅର୍ଣ୍ଣ ଭୋଗ ପରେ ସାନ୍ଧ୍ୟରେ ମାଜଣା ଆଳତି ପରେ ଆରମ୍ଭ ହେବ ଅଷ୍ଟମୀ ର ପୂଜା ନିତି କାନ୍ତି | ମହାଦୀପ ସହିତ ଷୋଡଶ ଉପଚାର ପୂଜା, ଓ ଦୁର୍ଗାଷ୍ଟମୀ ବିହିତ ହୋମପୂଜା, କୁସ୍ମାଣ୍ଡ ବଳି ଓ ବେଢ଼ା ପରେ ମାଆଙ୍କବାହାରକୁ ପୂଜା ପାଈଁ ଆସିଥିବା ବିଜେ ପ୍ରତିମା କୁ ବାଣ, ରୋଷଣୀ, ଘଣ୍ଟ ମୃଦଙ୍ଗ ରେ ବେଢ଼ା ପରିକ୍ରମଣ ପରେ ପୁଣି ମନ୍ଦିରକୁ ନିଆଯାଇ ପହୁଡ଼ ପକାଯିବ ର ବ୍ୟବସ୍ତା ରହିଛି |
ଅନ୍ୟପକ୍ଷରେ ସମ୍ଭାବ୍ୟ ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ପୀଠରେ ସୁରକ୍ଷା ଓ ସୁଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତ୍ତିୱାସନ ସ୍ଥିତି ତଦାରଖ କରିଥିବା ବେଳେ ପୁରୁଷୋତ୍ତମପୁର ତହସିଲଦାର ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଓପୋଲିସ ଷ୍ଟାଫ ଦାୟିତ୍ୱ ନିର୍ବାହ କରିଛନ୍ତି |

#jagrutilivemedia #photonewsjagruti #matirajagruti

2 days ago |[YT] | 0

JAGRUTI LIVE MEDIA

ମା’ ତାରାତାରିଣୀ ପୀଠରେ ମହା ଆଡ଼ମ୍ବର ରେ ସରି ଚାଲିଛି ସପ୍ତମୀ ଅଷ୍ଟମୀ ପୂଜା |

ପୁରୁଷୋତ୍ତମପୁର (18/୧୦) : ପାର୍ବଣ ଋତୁର ଆଗମନ ସାଙ୍ଗକୁ ଭକ୍ତି ଓ ଆଧ୍ୟାତ୍ମିକତାରେ ମୁଖରିତ ହୋଇଛି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ପୀଠ। ପବିତ୍ର ପରମ୍ପରା ଓ ଶାସ୍ତ୍ରୀୟ ବିଧିବିଧାନ ଅନୁଯାୟୀ ଗତ 14ଦିନ ତଳୁ ରୀତି ନୀତିରେ ଆରମ୍ଭ ହୋଇଛି ମା’ଙ୍କ ଷୋଡ଼ଶ ଉପଚାର ପର୍ବ। ୧୬ ଦିନ ବ୍ୟାପୀ ଏହି ପୂଜାର୍ଚ୍ଚନାକୁ ନେଇ ପୀଠରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ଦର୍ଶନ ପାଇଁ ଭକ୍ତଙ୍କ ଆଗମନ ମଧ୍ୟ ବଢ଼ିବାରେ ଲାଗିଛି। ପରମ୍ପରା ଅନୁଯାୟୀ, ପୂଜାର ପ୍ରଥମ ଦିନରେ ସେବାୟତ ଓ ସେମାନଙ୍କ ପରିବାରବର୍ଗ ପବିତ୍ର ଋଷିକୂଲ୍ୟା ନଦୀକୂଳରେ ପୂଜାର୍ଚ୍ଚନା କରି ୧୦୮ ମାଠିଆ ସୁବାସିତ ଜଳ ସଂଗ୍ରହ କରିଥିଲେ। ପରେ ପାରମ୍ପରିକ ରୀତିନୀତି ଅନୁସରଣ କରି ୯୯୯ ପାହାଚ ଚଢ଼ି ରତ୍ନଗିରି ପାହାଡ଼ ଉପରେ ଥିବା ମା’ଙ୍କ ପୀଠରେ ପହଞ୍ଚିଥିଲେ। ମନ୍ଦିର ଗମ୍ଭୀରାରେ ବିରାଜମାନ ମା’ ତାରାତାରିଣୀଙ୍କ ଦୁଇ ଭଉଣୀଙ୍କ ଚଳନ୍ତି ପ୍ରତିମାକୁ ଗୋଟି ପହଣ୍ଡିରେ ସ୍ନାନବେଦିକୁ ଅଣାଯାଇଥିଲା। ପରେ ୧୦୮ ମାଠିଆ ସୁବାସିତ ଜଳରେ ଦେବୀଙ୍କ ପବିତ୍ର ସ୍ନାନ ସମ୍ପନ୍ନ ହୋଇଥିଲା। ଏହାପରେ ଷୋଡ଼ଶ ଉପଚାର ପୂଜାର କୁମ୍ଭସ୍ଥାପନା ସହ ଅନ୍ୟାନ୍ୟ ଧାର୍ମିକ ରୀତିନୀତି ଆରମ୍ଭ ହୋଇଛି। କୁଳପୁରୋହିତ ପଣ୍ଡିତ ସିମାଞ୍ଚଳ ଦାଶ ଶର୍ମାଙ୍କ ଦ୍ୱାରା ବେଦମନ୍ତ୍ର ଉଚ୍ଚାରଣ ଓ ଚଣ୍ଡିପାଠ ଚାଲିଥିବା ବେଳେ ସେବାୟତ ସଂଘ ସଭାପତି ତପନ ରଣା କର୍ତ୍ତା ଭାବେ ଦାୟିତ୍ୱ ତୁଲାଉଛନ୍ତି।ମୁଖ୍ୟ ପୂଜକ ବାପୁଜି ରଣାଙ୍କ ସମେତ ଅନ୍ୟ ସେବାୟତମାନେ ପୂଜାକାର୍ଯ୍ୟରେ ସହଯୋଗ କରୁଛନ୍ତି। ମୂଳାଷ୍ଟମୀରୁ ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ଧରି ପୀଠରେ ପ୍ରତ୍ୟହ ଚଣ୍ଡିପାଠ, ହୋମ-ଯଜ୍ଞ ଓ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି । ଏହି ପବିତ୍ର ସମୟରେ ମା’ଙ୍କ ଦର୍ଶନ କଲେ ଦୁଃଖକଷ୍ଟ ଲାଘବ ହୁଏ ବୋଲି ଭକ୍ତମାନଙ୍କ ମଧ୍ୟରେ ଗଭୀର ଆସ୍ଥା ରହିଛି।ଆଜି ହେଉଛି ପବିତ୍ର ମହାଷ୍ଟମୀ ମହ ଗୌରୀ ବେଶରେ ଦର୍ଶନ ଦେବେ ମାଆ |ସେଥିପାଇଁ ଅବକାଶ ଠାରୁ ଆରମ୍ଭ କରି ସୂର୍ଯ୍ୟପୂଜା,ଷୋଡଶ ଉପଚାର ପୂଜା, ପ୍ରଥମ ଚଣ୍ଡୀ ପାଠ ପରେ ଶୁଖିଲା ଭୋଗ, ପରେ ମଧ୍ୟାହ୍ନ ରେ ମାଆ ଙ୍କ ଅର୍ଣ୍ଣ ଭୋଗ ପରେ ସାନ୍ଧ୍ୟରେ ମାଜଣା ଆଳତି ପରେ ଆରମ୍ଭ ହେବ ଅଷ୍ଟମୀ ର ପୂଜା ନିତି କାନ୍ତି | ମହାଦୀପ ସହିତ ଷୋଡଶ ଉପଚାର ପୂଜା, ଓ ଦୁର୍ଗାଷ୍ଟମୀ ବିହିତ ହୋମପୂଜା, କୁସ୍ମାଣ୍ଡ ବଳି ଓ ବେଢ଼ା ପରେ ମାଆଙ୍କବାହାରକୁ ପୂଜା ପାଈଁ ଆସିଥିବା ବିଜେ ପ୍ରତିମା କୁ ବାଣ, ରୋଷଣୀ, ଘଣ୍ଟ ମୃଦଙ୍ଗ ରେ ବେଢ଼ା ପରିକ୍ରମଣ ପରେ ପୁଣି ମନ୍ଦିରକୁ ନିଆଯାଇ ପହୁଡ଼ ପକାଯିବ ର ବ୍ୟବସ୍ତା ରହିଛି |
ଅନ୍ୟପକ୍ଷରେ ସମ୍ଭାବ୍ୟ ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ପୀଠରେ ସୁରକ୍ଷା ଓ ସୁଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତ୍ତିୱାସନ ସ୍ଥିତି ତଦାରଖ କରିଥିବା ବେଳେ ପୁରୁଷୋତ୍ତମପୁର ତହସିଲଦାର ତଥା ମନ୍ଦିର ନିର୍ବାହୀ ଅଧିକାରୀ ବିନୋଦ କୁମାର ବେହେରା କାର୍ଯ୍ୟକ୍ରମର ସମନ୍ୱୟ ଓ ପରିଚାଳନାରେ ନଜର ରଖିଛନ୍ତି। ଅତିରିକ୍ତ ତହସିଲଦାର ସଂଗିତା ସେଠୀ, ଦେବାଶିଶ ମହାପାତ୍ର, ଏସଡିପିଓ ସୁଜିତ କୁମାର ନାୟକ ଓ ଆଇଆଇସି କୁଳମଣି ସେଠୀଙ୍କ ସହିତ ଏସ ଆଇ ଦେବାଶିଷ ମିଶ୍ର ଓ ପୋଲିସ ଷ୍ଟାଫ ଙ୍କ ତତ୍ତ୍ୱାବଧାନରେ ପୋଲିସ ବାହିନୀ ମୁତୟନ ହୋଇ ଆଇନଶୃଙ୍ଖଳା ଓ ଭକ୍ତଙ୍କ ଯାତାୟାତ ନିୟନ୍ତ୍ରଣ କରୁଛନ୍ତି। ଭକ୍ତ ମାନେ କିପରି ଶୃଙ୍ଖଳିତ ଓ ନିରାପଦ ଦର୍ଶନ କରିବେ ସେଥିପାଇଁ ମଧ୍ୟ ପୋଲିସ ଓ ଫାୟାର ବିଭାଗ ସଜାଗ ରହିଛନ୍ତି |

#jagrutilivemedia #photonewsjagruti #matirajagruti

2 days ago |[YT] | 6

JAGRUTI LIVE MEDIA

“ମୋ ପ୍ରିୟ ବନ୍ଧୁ ଆଉ ଆମ ଗହଣରେ ନାହାନ୍ତି…” 😢 ନାନା ପାଟେକରଙ୍କ ବିୟୋଗରେ ଭାବବିହ୍ୱଳ ରଜନୀକାନ୍ତ


ଭାରତୀୟ ସିନେମା ଜଗତକୁ ସ୍ତବ୍ଧ କରିଦେଇଛି ଭେଟେରାନ୍ ଅଭିନେତା ନାନା ପାଟେକରଙ୍କ ବିୟୋଗର ଖବର । 😢

ନାନାଙ୍କ ଅଚାନକ ଦେହାନ୍ତରେ ଭାବବିହ୍ୱଳ ହୋଇପଡ଼ିଛନ୍ତି ସୁପରଷ୍ଟାର ରଜନୀକାନ୍ତ । ସେ ନାନା ପାଟେକରଙ୍କୁ ନିଜର “ପ୍ରିୟ ବନ୍ଧୁ” ବୋଲି ସମ୍ବୋଧନ କରି ଗଭୀର ଶୋକ ପ୍ରକାଶ କରିଛନ୍ତି।

ରଜନୀକାନ୍ତଙ୍କ ଭାବବିହ୍ୱଳ ବାର୍ତ୍ତା— “ମୋ ପ୍ରିୟ ବନ୍ଧୁ ନାନାଜୀ ଆଉ ଆମ ଗହଣରେ ନାହାନ୍ତି, ଏହାକୁ ମୁଁ ବିଶ୍ୱାସ କରିପାରୁନାହିଁ…”

ନାନା ପାଟେକରଙ୍କ ବିୟୋଗରେ ବଲିଉଡ୍‌ର ଅନେକ ନାମୀଦାମୀ କଳାକାର ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ଅସାଧାରଣ ଅଭିନୟ ଓ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ସବୁବେଳେ ସିନେପ୍ରେମୀଙ୍କ ହୃଦୟରେ ଅମର ହୋଇ ରହିବ।

🙏 ନାନା ପାଟେକରଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।

📌 Jagruti Live Media ସହ ଯୋଡ଼ି ରୁହନ୍ତୁ—ଦେଶ, ରାଜ୍ୟ ଓ ସିନେମା ଜଗତର ପ୍ରମୁଖ ଖବର ପାଇଁ।


#NanaPatekar #Rajinikanth #NanaPatekarTribute #OdiaNews #JagrutiLiveMedia

1 week ago |[YT] | 9

JAGRUTI LIVE MEDIA

ବଲିଉଡ୍‌ରେ ଶୋକର ଛାୟା । ଆଉ ନାହାନ୍ତି ଭେଟେରାନ୍ ଅଭିନେତା ନାନା ପାଟେକର। ୭୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି।

ଗୋଆର ଡୋନା ପାଉଲାସ୍ଥିତ ନିଜ ବାସଭବନରେ ନାନା ପାଟେକରଙ୍କୁ ଅଚେତ ଅବସ୍ଥାରେ ମିଳିଥିଲା। ପରେ ତାଙ୍କୁ ତୁରନ୍ତ ମଣିପାଲ ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତରମାନେ ପ୍ରାୟ ୪୫ ମିନିଟ୍‌ ଧରି ଲଗାତାର CPR ଦେଇ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସଫଳ ହୋଇନଥିଲେ। ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ରିପୋର୍ଟ ଅନୁସାରେ, ଏହି ଘଟଣାରେ ମେଡିକୋ-ଲିଗାଲ୍ କେସ୍‌ (MLC) ରୁଜୁ ହୋଇଛି ଏବଂ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପୋଷ୍ଟମର୍ଟମ୍ କରାଯିବ।

ହିନ୍ଦୀ ଓ ମରାଠୀ ସିନେମାରେ ନିଜର ଦମଦାର ଅଭିନୟ ଓ ନିଆରା ଅଭିନୟ ଶୈଳୀ ପାଇଁ ନାନା ପାଟେକର ଦେଶବ୍ୟାପୀ ପରିଚିତ ଥିଲେ। ତାଙ୍କ ବିୟୋଗ ଭାରତୀୟ ସିନେମା ଜଗତ ପାଇଁ ଏକ ବଡ଼ କ୍ଷତି।

ନାନା ପାଟେକରଙ୍କ ଆତ୍ମାର ସଦ୍‌ଗତି କାମନା। 🙏

#NanaPatekar #NanaPatekarDeath #NanaPatekarPassesAway #Bollywood #jagrutilivemedia

1 week ago |[YT] | 6

JAGRUTI LIVE MEDIA

ସାଲେପୁରରେ ଅଘଟଣ: କେନାଲରେ ବୁଡ଼ି ଯୁବକଙ୍କ ମୃତ୍ୟୁ, ମାଛ ଧରିବାକୁ ଯାଇଥିଲେ ବାପା-ପୁଅ


ସାଲେପୁର ବ୍ଲକ୍ ପିକୋଳ ପଞ୍ଚାୟତ ଅନ୍ତର୍ଗତ ବାରିଗୋଳ ଗ୍ରାମରେ ଘଟିଛି ଦୁଃଖଦ ଘଟଣା। ୬ ନମ୍ବର କେନାଲକୁ ପୁଅ ସହ ମାଛ ଧରିବାକୁ ଯାଇଥିବା ମନୋଜ ସାମଲ ହଠାତ୍ ପାଣିରେ ବୁଡ଼ି ଯାଇଥିଲେ। ପୁଅ ଘର ଲୋକଙ୍କୁ ଖବର ଦେବା ପରେ ପରିବାର ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଦୀର୍ଘ ସମୟର ଉଦ୍ଧାର ଅଭିଯାନ ପରେ ମନୋଜଙ୍କୁ ପାଣିରୁ ଉଦ୍ଧାର କରାଯାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ବାରିଗୋଳ ଗ୍ରାମ ସମେତ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।


#SalepurNews #CanalDrowning #OdishaNews #CuttackNews #JagrutiLiveMedia

2 weeks ago |[YT] | 2

JAGRUTI LIVE MEDIA

ବିଶ୍ୱ ଚାମ୍ପିଅନ୍‌ଙ୍କୁ ହରାଇଲେ ଅମନ! ଏସୀୟ କ୍ରୀଡ଼ାରେ ଭାରତକୁ ସ୍ୱର୍ଣ୍ଣ


ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ କୁସ୍ତିର ଦମଦାର ପ୍ରଦର୍ଶନ। ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ୍ ଫାଇନାଲରେ ଭାରତର ଅମନ ଶେରାୱତ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ବିଶ୍ୱ ଚାମ୍ପିଅନ୍ ହାନ୍ ଚୋଙ୍ଗ ସୋଙ୍ଗଙ୍କୁ ୧୧-୭ରେ ପରାସ୍ତ କରିଛନ୍ତି। ଏହି ଐତିହାସିକ ବିଜୟ ସହ ଅମନ ହାସଲ କରିଛନ୍ତି ସ୍ୱର୍ଣ୍ଣ ପଦକ। ନିର୍ଣ୍ଣାୟକ ସମୟରେ ଚାପକୁ ସମ୍ଭାଳି ଅମନଙ୍କ ଜୋରଦାର ପ୍ରତ୍ୟାବର୍ତ୍ତନ ଭାରତୀୟ କ୍ରୀଡ଼ାପ୍ରେମୀଙ୍କୁ ଗର୍ବିତ କରିଛି। 🇮🇳🏆


#AsianGames2026 #AmanSehrawat #Wrestling #IndiaGold #IndianWrestling

2 weeks ago |[YT] | 0

JAGRUTI LIVE MEDIA

ଆଟଲାଣ୍ଟିକ୍‌ରେ ନିଖୋଜ ବିମାନର ଭଗ୍ନାବଶେଷ ମିଳିଲା, ବଢ଼ିଲା ଚିନ୍ତା


ବରମୁଡାରୁ ବୋଷ୍ଟନ ଯାଉଥିବା ଏକ ଏୟାର ଆମ୍ବୁଲାନ୍ସ ଆଟଲାଣ୍ଟିକ୍ ମହାସାଗର ଉପରେ ନିଖୋଜ ହେବା ପରେ ଘଟଣାକୁ ନେଇ ଚିନ୍ତା ବଢ଼ିଛି। ଆମେରିକା ତଟରକ୍ଷୀ ବାହିନୀ ପକ୍ଷରୁ ଚାଲିଥିବା ଖୋଜାଖୋଜି ସମୟରେ ନାଣ୍ଟକେଟ୍ ନିକଟ ସମୁଦ୍ରରୁ ବିମାନର ଭଗ୍ନାବଶେଷ ମିଳିଥିବା ସୂଚନା ମିଳିଛି। ବିମାନରେ ୪ ଜଣ କ୍ରୁ ସଦସ୍ୟ ଓ ୨ ଜଣ ଯାତ୍ରୀ ଥିବା ଜଣାପଡ଼ିଛି। ଉଡ଼ାଣ ସମୟରେ ବିମାନରେ ବିଦ୍ୟୁତ୍ ସମସ୍ୟା ଦେଖାଦେଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ଘଟଣାର ପ୍ରକୃତ କାରଣ ଜାଣିବା ସହ ବିମାନରେ ଥିବା ଲୋକଙ୍କ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ପାଇଁ ଖୋଜାଖୋଜି ଓ ତଦନ୍ତ ଜାରି ରହିଛି।


#AirAmbulance #Bermuda #Boston #AtlanticOcean #BreakingNews

2 weeks ago |[YT] | 0

JAGRUTI LIVE MEDIA

ହସ୍ପିଟାଲ ପରିସରରେ ମହିଳା କର୍ମଚାରୀଙ୍କ ମୃତ୍ୟୁ! ଉଠିଲା ସଙ୍ଗୀନ ପ୍ରଶ୍ନ



ଭଦ୍ରକରେ ଘରୋଇ ହେଲ୍ଥ କେୟାର ପରିସରରେ ମହିଳା କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ଶୁଭଲକ୍ଷ୍ମୀ ସାହୁ ଗତ ୯ ତାରିଖରୁ ଡାଟା ଏଣ୍ଟ୍ରି ଅପରେଟର ଭାବେ କାମ କରୁଥିଲେ। ମୃତ୍ୟୁ ପୂର୍ବରୁ ସେ ତାଙ୍କ ମାଆଙ୍କ ସହ ଫୋନରେ କଥା ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି। ହସ୍ପିଟାଲର କେତେକ କର୍ମଚାରୀ ତାଙ୍କ ସହ କଥା ହେଉନଥିବା ସେ କହିଥିବା ମଧ୍ୟ ପରିବାରର ଦାବି। ଅନ୍ୟପକ୍ଷରେ, ହସ୍ପିଟାଲ କର୍ତ୍ତୃପକ୍ଷ କୌଣସି ଅଭିଯୋଗ ମିଳିନଥିବା କହିଛନ୍ତି। ପୁରୁଣା ବଜାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

#Bhadrak #OdishaNews #BreakingNews #OdishaNewsToday #JagrutiLiveMedia

3 weeks ago |[YT] | 5

JAGRUTI LIVE MEDIA

ହୋଟେଲରେ ମଟନ୍ ମିଲ୍‌ରେ ଗୋମାଂସ ଅଭିଯୋଗ, ହାଡ଼ ଜବତ କଲା ପୁଲିସ

କଟକ ଜିଲ୍ଲା ଜଗତପୁର ଥାନା ଅଧୀନ ଖଣ୍ଢେଇ ହୋଟେଲରେ ମଟନ୍ ମିଲ୍‌ରେ ଗୋମାଂସ ମିଶାଇ ଦିଆଯାଉଥିବା ନେଇ ସଙ୍ଗୀନ ଅଭିଯୋଗ ପରେ ଚାପା ଉତ୍ତେଜନା ଦେଖାଦେଇଛି। ସାଲେପୁର ପାଟପୁର ଅଞ୍ଚଳର ଜଣେ ବ୍ୟକ୍ତି ପରିବାର ସହ ଖାଇବା ସମୟରେ ଥାଳିରେ ବଡ଼ ହାଡ଼ ଦେଖି ସନ୍ଦେହ ପ୍ରକାଶ କରିଥିଲେ। ଅଭିଯୋଗ ପରେ ଜଗତପୁର ପୁଲିସ ଓ ଜୋନ୍-୧ ଏସିପି ଅରୁଣ ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ହାଡ଼ଟିକୁ ଜବତ କରି ଫରେନ୍ସିକ୍ ପରୀକ୍ଷାକୁ ପଠାଇଛନ୍ତି। ହାଡ଼ଟି କେଉଁ ପଶୁର ତାହା ରିପୋର୍ଟ ପରେ ସ୍ପଷ୍ଟ ହେବ।

#CuttackNews #Jagatpur #OdishaNews #HotelNews #JagrutiLiveMedia

3 weeks ago |[YT] | 4

JAGRUTI LIVE MEDIA

ଭାରତୀୟ ଭାରୋତ୍ତୋଳନ ତାରକା ସାଇଖୋମ୍ ମୀରାବାଇ ଚାନୁ ୨୦୨୬ ଏସିଆନ୍ ଗେମ୍ସରେ ଦମଦାର ପ୍ରଦର୍ଶନ କରି ମହିଳା ୪୯ କେଜି ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି। ସ୍ନାଚ୍‌ରେ ୮୭ କେଜି ଏବଂ କ୍ଲିନ୍ ଆଣ୍ଡ୍ ଜର୍କରେ ୧୧୧ କେଜି ଭାର ଉଠାଇ ସେ ମୋଟ ୧୯୮ କେଜି ହାସଲ କରିଛନ୍ତି। ଏହା ଏସିଆନ୍ ଗେମ୍ସରେ ମୀରାବାଇଙ୍କ ପ୍ରଥମ ପଦକ। ଏହି ସଫଳତା ସହ ତାଙ୍କ ଅନ୍ତର୍ଜାତୀୟ ପଦକ ସଂଗ୍ରହରେ ଏସିଆନ୍ ଗେମ୍ସ ପଦକର ଅଭାବ ମଧ୍ୟ ପୂରଣ ହୋଇଛି। ମୀରାବାଇଙ୍କ ଏହି ସଫଳତା ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ପାଇଁ ଗର୍ବର ବିଷୟ।


#MirabaiChanu #AsianGames2026 #Weightlifting #TeamIndia #JagrutiLiveMedia

3 weeks ago |[YT] | 1