All TIME HAPPY.RK..ଭରି ଦିଅ ପ୍ରଭୁ ସ୍ୱର୍ଥୀ ମନଟାରେ
ନିସ୍ୱାର୍ଥର ମହାମନ୍ତ୍ର,
ତେଜି ସବୁ ମୋହ ଘୃଣା ଅପସରି
ନିରମୋହ ଜୀବନ ତନ୍ତ୍ର ।
ଭରି ଦିଅ ପ୍ରଭୁ ମୋ ମନ ବୀଣାରେ
ଜୀବନର ସାତ ସୁର,
ସେଇ ସୁର ଗାଇ ଗାଇ ବଞ୍ଚି ଯିବି
ମନକୁ ରଖିବି ସ୍ଥିର ।
ଭରି ଦିଅ ପ୍ରଭୁ ମୋ ସହିବା ଶକତି
ଲଢ଼ିବି ଦୁଷ୍ଟଙ୍କ ସାଥେ,
କି ସୁନ୍ଦର ସୃଷ୍ଟି ପ୍ରଭୁ ହେ ତୁମର
ଦେବିନି ଏ ହେତୁବାଦୀ ହାତେ ।
ଶୁଭ ସକାଳ ବନ୍ଧୁ ।..🙏⭕️‼️⭕️🙏