Khabar Khulasa News Channel and current affairs digital channel . Odisha's largest media house that also publishes daily regional , National And international News .
Copyright Disclaimer Under Section 107 of the Copyright Act 1976, allowance is made for "fair use" for purpose such as criticism, comment, news reporting, teaching, scholarship, and research.
Fair use as a use permitted by copyright statute that might otherwise be infringing.
Facebook - www.facebook.com/profile.php?id=61590442456562
Khabar Khulasa
ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ...
#subabesha #lordjagannath #lordbalabhadra #subhadra #goldornaments #puri #khabarkhulasa
2 weeks ago | [YT] | 6
View 0 replies
Khabar Khulasa
ଜନ୍ମବେଦୀରେ ଶ୍ରୀଜିଉ, ଆଜିଠୁ ମିଳିବ ଆଡ଼ପ ଅବଢା
#Adapmandap #adapabadha #puri #khabarkhulasa
3 weeks ago | [YT] | 1
View 0 replies
Khabar Khulasa
* ବାଲିଆପାଳ ସବରେଜିଷ୍ଟ୍ରାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ
* ଲାଞ୍ଚ ନହେଲେ ହେଉପାରୁନି ଜମି ରେଜେଷ୍ଟ୍ରି
* ମନ୍ତ୍ରୀ, ଜିଲ୍ଲାପାଳ, ସାଂସଦ, ବିଧାୟିକାଙ୍କ ଙ୍କୁ ପାଖରେ ଫେରାଦ ହେଲେ ଲୋକେ
* ଟଙ୍କା ନଦେଇ ସତ୍ୟପାଠକୁ ଗ୍ରହଣ କରୁନାହାନ୍ତି ଅଫିସର।
ରାଜ୍ୟ ସରକାର କାର୍ଯ୍ୟଳୟ ମାନଙ୍କରେ ଲାଞ୍ଜ କାରବାର ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ବାଲିଆପାଳ ସବରେଜିଷ୍ଟ୍ରି ଅଫିସରେ ସବରେଜିଷ୍ଟ୍ରର ମନୀଷା ମିଶ୍ର ଠିକ୍ ସମୟରେ ଅଫିସ ନ ଆସିବା, ବିଭିନ୍ନ ଆଳ ଦେଖାଇ ଜମିଜମାକୁ ରେଜେଷ୍ଟି ନକରାଇ ଲୋକଙ୍କ ବାରମ୍ବାର ଫେରାଇବା ଏବଂ ଖୋଳାଖୋଳି ଭାବରେ ଲାଞ୍ଜ ମାଗୁଥିବା ନେଇ ଅଭିଯୋଗ ହୋଇଛି। ଯାହା ଫଳରେ ସାଧାରଣର ଲୋକେ ଜମି କିଣା ବିକା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୁଚନାରୁ ପ୍ରକାଶ ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ନିଖିରା ଗ୍ରାମର ୭୬ ବର୍ଷୀୟ ବରିଷ୍ଠ ନାଗରିକ ସୁଧିର କୁମାର ଦେ ନିଜ ନାମିତ ଜମି ମୈଜା ନିଖିରା,ଖାତା ନମ୍ବର ୧୩ , ଖସଡା ନଂ ୧୦୮୩ ଏବଂ ୧୪୧୧ ସାତ ଡିସିମିଲ ଜାଗା କୁ ବିକ୍ରି କରିବା ପାଇଁ କ୍ରମାଗତ ଭାବେ ୮/୬,୧୭/୬,୧୮/୬ ତିନି ଥର ସ୍ଳଟ ବାବଦକୁ ୯୦୦ ଟଙ୍କା ପୈଠ କରି ଖର୍ଚ୍ଚାନ୍ତ ହୋଇଥିଲେ । ଜମି ବିକ୍ରିର ଆବଶ୍ୟକତା ପାଇଁ ସେ ଜଣେ ବରିଷ୍ଠ ନାଗରିକ ଏବଂ ଅସୁସ୍ଥ ଥିଲେ ମଧ୍ୟ ବାରମ୍ବାର ରେଜିଷ୍ଟ୍ରି ଅଫିସକୁ ଆସିବାକୁ ପଡିଥିଲା। ପଟାରେ ପିତା କୃପ ଦେ ରହିଥିବା ବେଳେ ପିତାଙ୍କ ମୃତ୍ୟୁ ପରେ ଉତ୍ତରାଧିକାରୀ ପ୍ରମାଣ ପତ୍ରରେ ପିତା ସ୍ୱର୍ଗତ କୃପାସିନ୍ଧୁ ଦେ ଉଲ୍ଲେଖ ରହିଥିଲା। ଏହା ବାଲିଆପାଳ ତହସିଲଦାର ଙ୍କ ଠାରେ ସତ୍ୟପାଠର କପି ରହିଛି। ଏହାକୁ ସବରେଜିଷ୍ଟ୍ରାର ଗ୍ରହଣ ନକରି ୩୦୦୦ ଟଙ୍କା ଲାଞ୍ଚ ନଦେଲେ କରିବି ନାହିଁ ବୋଲି ସାଂଘାତିକ ଅଭିଯୋଗ କରିଛନ୍ତି ଶ୍ରୀ ଦେ। ସେହିପରି ନଇଘାଟି ଗ୍ରାମର ଲକ୍ଷ୍ମୀଧର ସାହୁ, ସନ୍ତୋଷ ସାହୁ, ସନ୍ୟାସୀ ସାହୁ ଦୁଇ ଥର ସ୍ଳଟ ପୈଠ କରି ଦୁଇ ହଜାର ଟଙ୍କା ଦେବା ପରେ ତାଙ୍କର ରେଜିଷ୍ଟ୍ରି ହୋଇଛି ବୋଲି ଅଭିଯୋଗ ହୋଇଛି। ନିଜ ମନମାନିରେ ଅଫିସକୁ ଆସିବା ଏବଂ ମହୁର ମାନଙ୍କ ଦ୍ଵାରା ଲାଞ୍ଜ କାରବାର କରାଇବା ପାଇଁ ବାଧ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଏଭଳି ଦୁର୍ନୀତିଗ୍ରସ୍ତ ଏବଂ ଲାଞ୍ଚ ଖୋର ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ମନ୍ତ୍ରୀ, ବାଲେଶ୍ବର ସାଂସଦ, ବସ୍ତା ବିଧାୟିକା ଏବଂ ବାଲେଶ୍ବର ଜିଲ୍ଲାପାଳଙ୍କୁ ଇମେଲ ମାଧ୍ୟମରେ ଦାବି କରିବା ସହିତ ନ୍ୟାୟ ଭିକ୍ଷା କରିଛନ୍ତି ଶ୍ରୀ ଦେ ଏବଂ ଶ୍ରୀ ସାହୁ । ଏବାବଦରେ ସବରେଜିଷ୍ଟ୍ରାରଙ୍କୁ ପଚାରିବାରୁ ସେମାନଙ୍କର କାଗଜ ପତ୍ରରେ ଭୁଲ୍ ତଥ୍ୟ ରହିଥିଲା ତେଣୁ ତାଙ୍କୁ ବାରମ୍ବାର ଆସିବାକୁ ପଡିଥିଲା। ଲାଞ୍ଜ ମାଗିବା କଥା ମିଥ୍ୟା ଏବଂ ଭିତ୍ତି ହୀନ ବୋଲି କହିଛନ୍ତି |
#khabarkhulasa #baliapalnews #SubRegistrar #bribe_taking_officials #odisha #Serious #allegations_against_Baliapapal_Sub_Registrar #new #NewsUpdate #Land_registry
1 month ago | [YT] | 1
View 0 replies