ନମସ୍କାର ବନ୍ଧୁଗଣ! "ନିରଞ୍ଜନ ବେହେରା" YouTube ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ 🙏
ଏହି ଚ୍ୟାନେଲର ମୂଳ ଲକ୍ଷ୍ୟ ହେଉଛି— କେନ୍ଦ୍ର ଓ ଓଡ଼ିଶା ସରକାରଙ୍କ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ଯୋଜନା ବିଷୟରେ ଆପଣଙ୍କୁ ସରଳ ଭାଷାରେ ସଠିକ୍ ସୂଚନା ଦେବା ଏବଂ ସେଗୁଡ଼ିକର ଲାଭ ଆପଣ କିପରି ସହଜରେ ଉଠାଇପାରିବେ, ସେଥିରେ ସାହାଯ୍ୟ କରିବା।
ଚ୍ୟାନେଲରେ ଆପଣ ମୁଖ୍ୟତଃ ଏହି ସବୁ ବିଷୟ ଉପରେ ଭିଡିଓ ପାଇବେ:
✅ VB-G RAM G ଯୋଜନା: ପୂର୍ବରୁ ଚାଲିଥିବା ମନରେଗା (MGNREGA) ଯୋଜନା ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇ ସେହି ସ୍ଥାନରେ ନୂତନ "VB-G RAM G" ଯୋଜନା ଲାଗୁ ହୋଇଛି। ୩୭୫ ପ୍ରକାର କାର୍ଯ୍ୟ ତାଲିକା, ୧୨୫ ଦିନର କାମ
✅ ଆବାସ ଯୋଜନା: ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (PMAY-G) ଏବଂ ଅନ୍ତୋଦୟ ଗୃହ ଯୋଜନା (AGY)
✅ ଭତ୍ତା ଓ ପେନସନ: ମଧୁବାବୁ ପେନସନ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତାର ନୂଆ ଅପଡେଟ୍।
✅ ରାସନ କାର୍ଡ: ନୂଆ ରାସନ କାର୍ଡ ଆବେଦନ, ନାମ ସଂଶୋଧନ ଏବଂ ଇ-କେୱାଇସି।
✅ ପଞ୍ଚାୟତ କାର୍ଯ୍ୟ: e-Gram Swaraj ଏବଂ ଗାଁର ଉନ୍ନୟନମୂଳକ କାମର ବିବରଣୀ।
ସରକାରଙ୍କ ଅଫିସିଆଲ୍ ନିୟମ ଅନୁଯାୟୀ ସମ୍ପୂର୍ଣ୍ଣ ସତ୍ୟ ଏବଂ ସଠିକ୍ ତଥ୍ୟ ଘରେ ବସି ସହଜରେ ପାଇବା ପାଇଁ ଆଜି ହିଁ ଆମ ଚ୍ୟାନେଲକୁ SUBSCRIBE କରନ୍ତୁ ଏବଂ Bell Icon (🔔) କୁ ଦବାନ୍ତୁ। ଆପଣଙ୍କ ସହଯୋଗ ପାଇଁ ବହୁତ ଧନ୍ୟବାଦ! 🙏
ଜୟ ଜଗନ୍ନାଥ! 🏹
Niranjan Behera
Now from onwards Wage payments under VB G RAM G will be made through DBT-SPARSH system, while non-wage payments
will be processed through the SNA-SPARSH module.
#VBGRAMG #Trasparancy #accountability
1 month ago | [YT] | 34
View 4 replies
Niranjan Behera
ନମସ୍କାର ବନ୍ଧୁଗଣ 🙏,
ଓଡ଼ିଶାର ସମସ୍ତ ଗ୍ରାମୀଣ ମେଟ୍ (Mate), ଗାଁ ସାଥୀ ଏବଂ ଜିଆରଏସ୍ (GRS) ଭାଇମାନଙ୍କ ପାଇଁ ଏକ ଅତି ଜରୁରୀ ସୂଚନା ରହିଛି। ଭାରତ ସରକାରଙ୍କ ତରଫରୁ ମନରେଗା ହାଜିରା ପକାଇବା ପାଇଁ ବ୍ୟବହୃତ ହେଉଥିବା NMMS ଆପ୍ଲିକେସନ୍ର ସମ୍ପୂର୍ଣ୍ଣ ନୂଆ ସଂସ୍କରଣ ଭର୍ସନ 4.0.0 (v4.0.0) ଲଞ୍ଚ କରାଯାଇଛି।
⚠️ ଆପ୍ର ଚେହେରା (Visual Interface) ସମ୍ପୂର୍ଣ୍ଣ ବଦଳି ଯାଇଛି:ଏହି ନୂଆ ଅପଡେଟ୍ରେ ଆପ୍ର ଭିଜୁଆଲ୍ ଡିଜାଇନ୍ ଏବଂ ସ୍କ୍ରିନ୍ ଲୁକ୍କୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦିଆଯାଇଛି। ହାଜିରା ପକାଇବା ଅପ୍ସନ, ମାଷ୍ଟର ରୋଲ୍ ସେକ୍ସନ ଏବଂ ଫଟୋ ଅପଲୋଡ୍ କରିବା ବଟନ୍ ଗୁଡ଼ିକ ଏବେ ଏକ ସମ୍ପୂର୍ଣ୍ଣ ନୂଆ ଡିଜାଇନ୍ରେ ଦେଖାଯିବ। ପ୍ରଥମେ ଦେଖିଲେ ଏହା ବୁଝିବାକୁ ଟିକେ ନୂଆ ଲାଗିପାରେ, କିନ୍ତୁ ଏହାକୁ ପୂର୍ବ ଅପେକ୍ଷା ଆହୁରି ସହଜ ଏବଂ ଆଖିଦୃଶିଆ କରାଯାଇଛି।ସର୍ଭର ଏବଂ ଫଟୋ ଅପଲୋଡ୍ ପ୍ରୋବ୍ଲେମ୍କୁ ଏହି ନୂଆ ସଂସ୍କରଣରେ ସୁଧାରି ଦିଆଯାଇଛି, ଯାହାଦ୍ୱାରା ହାଜିରା ତୁରନ୍ତ ସବ୍ମିଟ୍ ହୋଇଯିବ। ପୁରୁଣା ଆପ୍ରେ ଏବେ ସର୍ଭର ଏରର୍ ଦେଖାଇବ, ତେଣୁ ଏହାକୁ ତୁରନ୍ତ ଅପଡେଟ୍ କରିବା ଜରୁରୀ।
📲 ଆପ୍ ଅପଡେଟ୍ କରିବା ପାଇଁ ଅଫିସିଆଲ୍ ଲିଙ୍କ୍:ଆପଣ ସିଧାସଳଖ ଗୁଗୁଲ୍ ପ୍ଲେ-ଷ୍ଟୋରରୁ ଏହି ଲିଙ୍କ୍ Google Play Store ମାଧ୍ୟମରେ ନିଜ ଆପ୍କୁ ତୁରନ୍ତ ଅପଡେଟ୍ କରିନିଅନ୍ତୁ।
play.google.com/store/apps/details?id=com.nic.nmms…
ଏହି ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ଆପଣଙ୍କ ଅଞ୍ଚଳର ସମସ୍ତ ମେଟ୍ ଏବଂ ଜିଆରଏସ୍ ଭାଇମାନଙ୍କ ଗ୍ରୁପ୍ରେ Share କରି ସମସ୍ତଙ୍କୁ ଜଣାଇ ଦିଅନ୍ତୁ, ଯେପରି ନୂଆ ଡିଜାଇନ୍ ଦେଖି କେହି ହଇରାଣ ନ ହୁଅନ୍ତି ଏବଂ ହାଜିରା ଠିକ୍ ସମୟରେ ପଡ଼ିପାରିବ।
ଧନ୍ୟବାଦ 👍 | ଜୟ ଜଗନ୍ନାଥ! 🙏
3 months ago | [YT] | 66
View 11 replies
Niranjan Behera
MGNREGS WEB PORTAL କିଛି ଦିନ ପାଇଁ ବନ୍ଦ ହେବାକୁ ଯାଉଛି , ଅଧିକ ଜାଣିବା ପାଇଁ ଭିଡିଓ ଦେଖନ୍ତୁ
3 months ago | [YT] | 5
View 0 replies
Niranjan Behera
📢 ସମସ୍ତଙ୍କ ପାଇଁ ଜରୁରୀ ସୂଚନା (MGNREGS ଡିମାଣ୍ଡ ବିଷୟରେ)
ମନରେଗା (MGNREGS) ଯୋଜନାରେ କାମର ଡିମାଣ୍ଡ (Demand) ପକାଇବା ସମୟରେ ଏହି ଗୁରୁତ୍ୱପୂର୍ଣ୍ଣ ନିୟମ ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ୍ ସିଷ୍ଟମ୍ରେ ଆବେଦନ ଗ୍ରହଣ ହେବ ନାହିଁ।
❌ କଣ କରିବେ ନାହିଁ:
ଜୁନ୍ ଏବଂ ଜୁଲାଇ ମାସକୁ ମିଶାଇ ଏକାସଙ୍ଗେ ଗୋଟିଏ ଡିମାଣ୍ଡ ପକାନ୍ତୁ ନାହିଁ। ଅର୍ଥାତ୍, କାମ ଆରମ୍ଭ ତାରିଖ ଜୁନ୍ ମାସରେ ଏବଂ ଶେଷ ତାରିଖ ଜୁଲାଇ ମାସରେ ରହିଲେ ତାହା ଓଭରଲ୍ୟାପ୍ (Overlap) ହେବ ଏବଂ ରିଜେକ୍ଟ ହୋଇଯିବ।
✅ କେମିତି ଆବେଦନ କରିବେ (ଠିକ୍ ନିୟମ):
ଉଭୟ ମାସ ପାଇଁ ସମ୍ପୂର୍ଣ୍ଣ ଅଲଗା ଅଲଗା ଭାବେ ଡିମାଣ୍ଡ ପଞ୍ଜିକରଣ କରନ୍ତୁ:
ଜୁନ୍ ମାସ ପାଇଁ: କେବଳ ୩୦/୦_୬/୨୦୨୬ ତାରିଖ ପର୍ଯ୍ୟନ୍ତ ହିଁ ଡିମାଣ୍ଡ ପକାନ୍ତୁ।
ଜୁଲାଇ ମାସ ପାଇଁ: ୦୧/୦୭/୨୦୨୬ ତାରିଖ କିମ୍ବା ତା' ପର ଦିନଗୁଡ଼ିକ ପାଇଁ ସମ୍ପୂର୍ଣ୍ଣ ନୂଆ ଓ ଅଲଗା ଡିମାଣ୍ଡ ପକାନ୍ତୁ।
💡 ସହଜ ଉଦାହରଣ:
ଯଦି କାହାକୁ ଜୁନ୍ ୨୫ ରୁ ଜୁଲାଇ ୫ ପର୍ଯ୍ୟନ୍ତ କାମ ଦରକାର, ତେବେ ସେ ଦୁଇଟି ଅଲଗା ଆବେଦନ କରିବେ:
ପ୍ରଥମଟି: ଜୁନ୍ ୨୫ ରୁ ଜୁନ୍ ୩୦
ଦ୍ୱିତୀୟଟି: ଜୁଲାଇ ୧ ରୁ ଜୁଲାଇ ୫
01 ଜୁଲାଇ 2026 ରୁ ଆରମ୍ଭ ହେଉଛି -
ବିକଶିତ ଭାରତ ଜି ରାମ ଜି
ଧନ୍ୟବାଦ! 🙏
3 months ago | [YT] | 65
View 7 replies
Niranjan Behera
ଜିପିଡିପି ୨୦୨୬-୨୭ ର ନୂତନ ନିର୍ଦ୍ଦେଶାବଳୀ (୧୬ତମ ଅର୍ଥ କମିଶନ)
୧. ଗ୍ରାମ ପଞ୍ଚାୟତଗୁଡ଼ିକୁ ସି.ସି. ରୋଡ୍ (CC Road) ନିର୍ମାଣ ପାଇଁ ଏବେ ଅନ-ଟାଇଡ୍ (Untied) ପାଣ୍ଠିରୁ ମାତ୍ର ୨୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବାକୁ ଅନୁମତି ମିଳିବ।
୨. ଚୟନ କରାଯାଇଥିବା ଥିମ୍ (Theme) ର ୨୫ ପ୍ରତିଶତ କାର୍ଯ୍ୟ କରିବା ବାଧ୍ୟତାମୂଳକ। ଯଦି ଦୁଇଟି ଥିମ୍ ଚୟନ କରାଯାଏ, ତେବେ ପ୍ରତ୍ୟେକ ଥିମ୍ର ୨୫ ପ୍ରତିଶତ ଲେଖାଏଁ କାର୍ଯ୍ୟ ନେବାକୁ ହେବ।
୩. ସମସ୍ତ ଗ୍ରାମ ପଞ୍ଚାୟତକୁ ଏବେ ୮୦ ପ୍ରତିଶତ ଅର୍ଥରାଶି ହିଁ ପ୍ରାପ୍ତ ହେବ। ଏଥିମଧ୍ୟରୁ ଟାଇଡ୍ (Tied) ୪୦ ପ୍ରତିଶତ ଏବଂ ଅନ-ଟାଇଡ୍ (Untied) ୪୦ ପ୍ରତିଶତ ରହିବ। ଅବଶିଷ୍ଟ ୨୦ ପ୍ରତିଶତ ଅର୍ଥରାଶି ଆପଣଙ୍କ ଦ୍ୱାରା ଆଦାୟ କରାଯାଇଥିବା ଟ୍ୟାକ୍ସ (Tax) ଉପରେ ନିର୍ଦ୍ଧାରିତ ହେବ।
୪. ପି.ଏ.ଆଇ (PAI) ସ୍କୋର ମାନ୍ୟ ହେବ।
୫. ସମସ୍ତ ଦସ୍ତାବିଜ୍ ବା ଡକ୍ୟୁମେଣ୍ଟ (Documents) ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇ ରହିବା ଆବଶ୍ୟକ।
୬. ଅନଲାଇନ୍ ଅଡିଟ୍ (Online Audit) ନ ହେଲେ ଅର୍ଥରାଶି କାଟ୍ କରାଯିବ।
୭. ସମସ୍ତ ଗ୍ରାମ ପଞ୍ଚାୟତ ପ୍ରତି ପରିବାର (Household) ପିଛା ବାର୍ଷିକ ୧୨୦୦ ଟଙ୍କା ଆଦାୟ କରିବା ବାଧ୍ୟତାମୂଳକ।
୮. ସମସ୍ତ ଗ୍ରାମ ପଞ୍ଚାୟତକୁ ନିଜର ପ୍ରୋଫାଇଲ୍ 'ଇ-ଗ୍ରାମ ସ୍ୱରାଜ' (eGramSwaraj) ପୋର୍ଟାଲ୍ରେ ନିଶ୍ଚିତ ଭାବେ ସମ୍ପୂର୍ଣ୍ଣ କରିବାକୁ ହେବ।
୯. ଟାଇଡ୍ (Tied) ପାଣ୍ଠିରେ ଏବେ ଗ୍ରାମ ପଞ୍ଚାୟତଗୁଡ଼ିକ ଚାହିଁଲେ ସମ୍ପୂର୍ଣ୍ଣ ଅର୍ଥକୁ କେବଳ ପରିମଳ (Sanitation) କିମ୍ବା ପାନୀୟ ଜଳ (Drinking Water) କାର୍ଯ୍ୟରେ ବ୍ୟବହାର କରିପାରିବେ। ପୂର୍ବ ଭଳି ଯେଉଁ ଅଧା-ଅଧା (୫୦-୫୦) ବଣ୍ଟନ ନିୟମ ଥିଲା, ତାହାକୁ ଏବେ ସମାପ୍ତ କରାଯାଇଛି। ନଳକୂପ ସଜାଡ଼ିବା (Pipe Water Supply Maintenance) ଏବଂ ଜଳ ସମ୍ବନ୍ଧୀୟ ଅନ୍ୟାନ୍ୟ କାର୍ଯ୍ୟକୁ ଏବେ ଗ୍ରାମ ପଞ୍ଚାୟତଗୁଡ଼ିକୁ କାର୍ଯ୍ୟଯୋଜନାରେ ସାମିଲ କରିବାକୁ ହେବ।
୧୦. ପ୍ରଶାସନିକ ଖର୍ଚ୍ଚ (Administrative Expense) ର ୧୦ ପ୍ରତିଶତ ସୀମାକୁ ଉଠାଇ ଦିଆଯାଇଛି। ଏବେ ଗ୍ରାମ ପଞ୍ଚାୟତ/ଜନପଦ ପଞ୍ଚାୟତ ନିଜ ହିସାବରେ ଏହା ନିର୍ଦ୍ଧାରଣ କରିପାରିବେ।୧୧. ଜନପଦ ପଞ୍ଚାୟତ ଅଧୀନରେ ଥିବା ୭୫ ପ୍ରତିଶତ ପଞ୍ଚାୟତ ଯଦି ନିଜସ୍ୱ ଆୟ (Own Source Revenue) ସୃଷ୍ଟି କରିବେ, ତେବେ ଯାଇ ଜନପଦ ପଞ୍ଚାୟତକୁ ମଧ୍ୟ ପରଫରମାନ୍ସ ଅର୍ଥରାଶି (Performance Grant) ମିଳିବ।
୧୨. ଇ-ଗ୍ରାମ ସ୍ୱରାଜ ପୋର୍ଟାଲ୍ର ଇଣ୍ଟରଫେସ୍ (Interface) ବଦଳାଯାଇଛି ଏବଂ ପୋର୍ଟାଲ୍ରେ କିଛି ନୂଆ ନିୟମ ମଧ୍ୟ ଯୋଡ଼ାଯାଇଛି।
୧୩. ସମସ୍ତ ଗ୍ରାମ ପଞ୍ଚାୟତ/ଜନପଦର ଜିପିଡିପି (GPDP) ଆସନ୍ତା ୩୦ ଜୁନ୍ ସୁଦ୍ଧା ପୋର୍ଟାଲ୍ରେ ଅପଲୋଡ୍ ହେବା ଆବଶ୍ୟକ।
ବିଶେଷ ସୂଚନା: ସରକାରଙ୍କ ଆଗାମୀ ନିର୍ଦ୍ଦେଶ କ୍ରମେ ଏହି ନିୟମାବଳୀରେ ପରିବର୍ତ୍ତନ ମଧ୍ୟ ହୋଇପାରେ।
4 months ago | [YT] | 39
View 3 replies
Niranjan Behera
ସରକାରୀ ନିୟମ ଅନୁସାରେ, ଏହି ନୂଆ VB-G RAM G ଯୋଜନା ସାରା ଦେଶରେ କେଉଁ ତାରିଖରୁ ସମ୍ପୂର୍ଣ୍ଣ ଭାବେ ଲାଗୁ ହେବାକୁ ଯାଉଛି?
4 months ago | [YT] | 41
View 8 replies
Niranjan Behera
MGNREGS NMMS APP UPDATE VERSION 3.7.3
play.google.com/store/apps/details?id=com.nic.nmms
5 months ago | [YT] | 6
View 0 replies
Niranjan Behera
No Professional Tax from April 2026
5 months ago | [YT] | 34
View 1 reply
Niranjan Behera
5 months ago | [YT] | 50
View 0 replies
Niranjan Behera
6 months ago | [YT] | 28
View 1 reply
Load more